କ୍ରିକେଟ ଟିମ ଇଣ୍ଡିଆ ଏବେ ଦୁଇଫାଳ
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ

କ୍ରିକେଟ ଟିମ ଇଣ୍ଡିଆ ଏବେ ଦୁଇଫାଳ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଟିମ ଇଣ୍ଡିଆରେ ମତଭେଦ । ଆଜି ବିସିସିଆଇର ଜନୈକ ଅଧିକାରୀ ଏକ ୱେବସାଇଟକୁ ସାକ୍ଷତକାର ଦେଇ କହିଛନ୍ତି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ମତଭେଦ ରହିଛି । ଭାରତୀୟ କ୍ରିକେଟରେ କୋହଲିଙ୍କ ଯୋଗଦାନକୁ ଅଣଦେଖା କରିହେବ ନାହିଁ କିନ୍ତୁ ସେ ଟିକେ ସ୍ୱାର୍ଥପର ହୋଇ ପଡୁଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ଦକ୍ଷିଣ ଆଫ୍ରିକା ସିରିଜ ପରେ ଉଭୟ ଅଧିନାୟକଙ୍କୁ ଏକତ୍ର ବସାଇ ସମାଧାନର ରାସ୍ତା ବାହାର କରାଯିବ ବୋଲି ଅଧିକାରୀଜଣଙ୍କ କହିଛନ୍ତି । ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ହଟାଯିବା ପରେ ସେ ଏହାକୁ ଗୁରୁତ୍ୱ ସହକାରେ ନେଇଛନ୍ତି ।
ରୋହିତ ଶର୍ମା ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ତାଙ୍କ ହାତରେ ବଲ ବାଜିଥିଲା । ପରେ କିନ୍ତୁ ସେ ମାଂସପେଶୀଜନିିତ ସମସ୍ୟା ଯୋଗୁ ଟେଷ୍ଟ ସିରିଜରୁ ଓହରିଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ରୋହିତ ଓହରଯିବାର ଠିକ ପରେ ପରେ ବିରାଟ କୋହଲି ପରିବାର ସହିତ ସମୟ କାଟିବା ପାଇଁ କହି ଦିନିକିଆ ସିରିଜରୁ ଓହରି ଯାଇଥିଲେ । ଏମିତିକି ସେ ମୁମ୍ବାଇରେ ଆୟୋଜିତ ଟ୍ରେନିଂ ସେଶନ୍ସରେ ବି ଯୋଗ ଦେଇ ନ ଥିଲେ । ଯଦି ଏଭଳି ହୁଏ ତାହାହେଲେ ଭାରତୀୟ ଟିମର ପ୍ରଦର୍ଶନ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।