Breaking PLUSଓଡ଼ିଶାମୁଖ୍ୟ ଖବର
ଗୋପାଳ ଦାସର ପୁରୁଣା କଲ୍ ଡିଟେଲ ଖୋଲିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଗୋପାଳ ଦାସର ପୁରୁଣା କଲ୍ ଡିଟେଲ ଖୋଲିଲା କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ପୂର୍ବର କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହ କଥା ହୋଇଛି ଜେରା ହବ । ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବି.କେ ମଲ୍ଲିକ । ଗତକାଲି ଠାରୁ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ । କାଲି ଗୋପାଳର ଭାଇ, ପୁତୁରା ଓ ପୁଅକୁ ପଚରାଉଚରା କରିଥିଲା । ହୋଟେଲରେ କାମ କରୁଥିବା ରୋଷେୟାକୁ ବି ପଚରାଉଚରା କରିଥିଲା । ଏବେ ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ର ଖୋଳତାଡ ।