Breaking PLUSସ୍ୱତନ୍ତ୍ର
ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ
ଧାମନଗର : ବୈତରଣୀରେ ନଦୀ ଦେଖିବାକୁ ମିଳିଛି ଏକ କୁମ୍ଭୀର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ବହୁତ ଭୟଭୀତ ହୋଇପଡ଼ିଛନ୍ତି। ତେବେ ନଦୀରେ କୁମ୍ଭୀର ଭାସୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସ୍ଥାନୀୟ ଯୁବକମାନେ ସେତୁ ଉପରେ ଠିଆ ହୋଇ ବନ୍ୟା ପାଣି ଦେଖୁଥିବା ସମୟରେ ଏକ କୁମ୍ଭୀର ନଜରକୁ ଆସିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। କୁମ୍ଭୀରଟି ଧୀରେ ଧୀରେ ଆନନ୍ଦପୁର ଘାଟରୁ ତଳକୁ ଉତେଇପୁର ଆଡ଼କୁ ନଦୀରେ ଯାଇଥିଲା। ଉତେଇପୁର ଅଞ୍ଚଳରେ ଲୋକେ ଡଙ୍ଗା ସାହାଯ୍ୟରେ ଜାଲ ଧରି ନଦୀରେ କୁମ୍ଭୀର ଖୋଜିଥିଲେ। ଏନେଇ ଧାମନଗର ବନ ବିଭାଗ ପାଖରେ କୌଣସି ଖବର ନ ଥିବା ରେଞ୍ଜର କୁଶ ଚରଣ ସିଂ କହିଛନ୍ତି।