Breaking PLUSଓଡ଼ିଶାମୁଖ୍ୟ ଖବର
ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି କଟକ ପ୍ରେସଛକ ମାଛ ମାର୍କେଟ

କଟକ, 1 ଜୁନ- ଭୟଙ୍କର ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି କଟକ ପ୍ରେସଛକ ମାଛ ମାର୍କେଟ ।ନିଆଁର ତାପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀ ଭିତରେ ପଶିବା ସମ୍ଭବ ହୋଇପାରି ନଥିଲା। ଏଥିପାଇଁ ନିଆଁ ଲିଭା କାର୍ଯ୍ୟରେ ରୋବୋଟିକ ମେସିନ ବ୍ୟବହାର କରାଯାଇଥିଲା।
ପ୍ରେସ୍ ଛକ ମାଛ ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପାଖରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ରୋବୋଟିକ୍ ମେଶିନର ବ୍ୟବହାର କରାଯାଉଛି। ରବିବାର ବିଳମ୍ବିତ ରାତିରୁ ନିଆଁ ଲାଗିଥିବାବେଳେ ସୋମବାର ପୂବାହ୍ନ ସୁଦ୍ଧା ନିଆଁ ଲିଭିନାହିଁ। ଏବେବି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି।



