Breaking PLUSଓଡ଼ିଶାମୁଖ୍ୟ ଖବର
୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା

ଭୁବନେଶ୍ୱର- ବଙ୍ଗୋପସାଗରରେ ଆସୁଛି ବାତ୍ୟା । ୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା । ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି ।ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବ । ୨୬ ସୁଦ୍ଧା ଗଭୀର ଅବପାତର ରୂପ ନେବା ସମ୍ଭାବନା ଥିବା ବେଳେ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।



