ଓଡ଼ିଶାରାଜନୀତି

ଧାମନଗର ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଲା ‘ଡଙ୍ଗା’ ଚିହ୍ନ

ଧାମନଗର ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଲା ‘ଡଙ୍ଗା’ ଚିହ୍ନ । ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ଶେଷ ହେବାପରେ ମୋଟ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବାବେଳେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ‘ଡଙ୍ଗା’ ଚିହ୍ନ ମିଳିଛି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ କେହି ପ୍ରାର୍ଥିତ୍ୱ ପ୍ରତ୍ୟାହାର କରି ନାହାଁନ୍ତି । ଫଳରେ ୩ ଦଳର ପ୍ରାର୍ଥୀଙ୍କ ସହ ୨ ସ୍ୱାଧୀନ ପ୍ରାର୍ଥୀ ଏବେ ଉପନିର୍ବାଚନ ମୈଦାନରେ । ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜଙ୍କ ସହ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଦଳ ବଳ ସହ ଲଢ଼ୁଛନ୍ତି ।

ଅନ୍ୟପକ୍ଷରେ ରାଜେନ୍ଦ୍ର ଦାସ ଆଜି ନିଜର ଅଭିନବ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ସେଥିରେ ମା’-ବାପା, ଗୁରୁଜନ, ବରିଷ୍ଠ, ଚାଚା,ଚାଚି, ଗରିବ ଓ ଖଟିଖିଆ, କୃଷକ ଭାଇ, ସାଧାରଣ ଜନତା ଓ ଭାଇ-ଭଉଣୀଙ୍କୁ ନିଜର ଷ୍ଟାର ପ୍ରଚାରକ ଭାବେ ଅଭିହିତ କରିବା ସହ ଏମାନେ ହିଁ ହର୍ତକର୍ତ୍ତା ଦଇବ ବିଧାତା ବୋଲି ଶ୍ରୀ ଦାସ କହିଛନ୍ତି ।

ତେବେ ନଭେମ୍ବର ୩ରେ ମତଦାନ, ୬ରେ ଗଣତି ପରେ ସ୍ପଷ ହେବ  ବିଜୟର ଶଙ୍ଖ ବାଜିବ ନା ଫୁଲ ଫୁଟିବ । ନା ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ରାଜେନ୍ଦ୍ର ଦାସଙ୍କ ନୌକା ମୁହାଣ ପାରି ହେବ ।

Show More

Related Articles

Back to top button