Breaking PLUSଓଡ଼ିଶାମୁଖ୍ୟ ଖବର

ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ ବାଂଲାଦେଶ ଯୁବତୀ

ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ବାଲିଯାତ୍ରା ସହ ବାଂଲାଦେଶୀ ଯୁବତୀମାନଙ୍କର କୌଣସି ସଂପର୍କ ନାହିଁ।

ସୂଚନାଯୋଗ୍ୟ, କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଏହାକୁ ନେଇ କଟକ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା। ପୁଲିସ ବିଏନ୍ଏସ୍ର ଧାରା ୧୪୩ (୪), ୧୪୪(୧), ୩(୫),୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରିଛି।

Show More

Related Articles

Back to top button