Breaking PLUSଓଡ଼ିଶାମୁଖ୍ୟ ଖବର

କାଠଯୋଡି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ କାଠଯୋଡି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର। ମୃତକ ଜଣେ ଛାତ୍ର ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନି। ଛାତ୍ର ଜଣକ ମଙ୍ଗଳବାର ପୂର୍ବାହ୍ନରୁ ଘରୁ କେଉଁଆଡେ ଯାଇ ଆଉ ଫେରିନଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ କିଛି ସ୍ଥାନୀୟ ଲୋକ ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳେ ଛାତ୍ରଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏ ନେଇ ମର୍କତ ନଗର ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ ଜାରି ରଖିଛି।

Show More

Related Articles

Back to top button