Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଖେଳିବ ଟିମ୍ ଇଣ୍ଡିଆ

ଓଡ଼ିଶାର କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଆସିଛି ବଡ଼ ଖୁସିର ଖବର। ଆସନ୍ତା ଡିସେମ୍ବର ୨୪ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ଟି-୨୦ ମ୍ୟାଚ୍ ଖେଳାଯିବ।

୨୦୨୬-୨୭ ମସିହା ପାଇଁ ବିସିସିଆଇ ପକ୍ଷରୁ ପ୍ରକାଶିତ ଖେଳସୂଚୀ ଅନୁସାରେ, ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ୩ଟି ଏକଦିନିଆ (ଓଡିଆଇ) ମ୍ୟାଚ୍‌ ଖେଳିବ। ଏହି ଶୃଙ୍ଖଳାର ଦ୍ୱିତୀୟ ଟି-୨୦ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ।

ସୂଚନା ଅନୁଯାୟୀ, ପ୍ରଥମ ଟି-୨୦ ମ୍ୟାଚ୍ ରାଜକୋଟରେ ଓ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ବାରବାଟୀରେ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଥିବାରୁ ଓଡ଼ିଶାର କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଏବେଠାରୁ ବେଶ୍ ଉତ୍ସାହ ଦେଖାଯାଉଛି।

ଦୀର୍ଘ ସମୟ ପରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ଆମନା-ସାମନା ହେବେ। ଶେଷଥର ପାଇଁ ୨୦୧୭ ମସିହାରେ ଏଠାରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା, ସେଥିରେ ଭାରତୀୟ ଦଳ ୯୩ ରନ୍‌ରେ ବିଜୟୀ ହୋଇଥିଲା।

ବାରବାଟୀରେ ପୁଣିଥରେ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ହେବାକୁ ଯାଉଥିବାରୁ ଏହା ରାଜ୍ୟର କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ବଡ଼ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button