ଦେଶସେଲିବ୍ରିଟିସ୍ୱାସ୍ଥ୍ୟ
ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା ପାଦୁକୋନ,ବିଗିଡିଲା ସ୍ୱାସ୍ଥ୍ୟବସ୍ଥା
ବଲିଉଡ୍ର ଦୀପିକା ପାଦୁକୋନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି । ନିଶ୍ଵାସ ନେବାରେ ଅସୁବିଧା ଯୋଗୁଁ ସୋମବାର ସନ୍ଧ୍ୟାରେ ଦୀପିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଅଫିସିଆଲି ଭାବେ ପ୍ରକାଶ କରାଯାଇ ନାହିଁ।
ସୂଚନାଯୋଗ୍ୟ, ପ୍ରାୟ ଏକ ମାସ ପୂର୍ବରୁ ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେତେବେଳେ ସେ ହାଇଦ୍ରାବାଦରେ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂ କରୁଥିଲେ। ତା’ପରେ ତାଙ୍କର ହୃଦସ୍ପନ୍ଦନ ବୃଦ୍ଧି ହୋଇଥିଲା । ସେତେବେଳେ ଦୀପିକାଙ୍କୁ ପରୀକ୍ଷା ପାଇଁ କାମିନେନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ପ୍ରାୟ ଅଧା ଦିନ ହସ୍ପିଟାଲରେ ଥିଲେ। ଯେତେବେଳେ ହାଇଦ୍ରାବାଦରେ ଦୀପିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ଫିଲ୍ମର ନିର୍ମାତା ଏହାକୁ ଅସ୍ୱୀକାର କରିଥିଲେ। କହିଥିଲେ କି ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ଯାଇଥିଲେ।