Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ଉଦବେଗଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ମାନକ ସ୍ଥିତି) ୪୦୦-୪୫୦ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଗ୍ରାପ୍‌-୩ ଫର୍ମୁଲା ଲାଗୁ କରାଯାଇଛି। ସହରରେ ଅନାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି। ଗ୍ରାପ୍‌-୩ ଫର୍ମୁଲା ଅନୁଯାୟୀ ଶୁକ୍ରବାରଠାରୁ ସହରରେ ପୁରୁଣା କାଳିଆ ପେଟ୍ରୋଲ (ବିଏସ୍‌-୩) ଓ ଡିଜେଲ (ବିଏସ୍‌-୪) ଯାନର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ବ୍ୟତୀତ ଗୁରୁୁଗ୍ରାମ, ଗାଜିଆବାଦ, ଫରିଦାବାଦ ଏବଂ ଗୌତମ ବୁଦ୍ଧ ନଗର ପାଇଁ ମଧ୍ୟ ଏହି ନିର୍ଦେଶନାମା କାର୍ଯ୍ୟ କରିବ ବୋଲି କୁହାଯାଇଛି।

Show More

Related Articles

Back to top button