ଦେଶ

୧୮ ପରେ ବି ଅନାଥଙ୍କ ସହ ରହିବ ଦିଲ୍ଲୀ ସରକାର

ଦିଲ୍ଲୀରେ ୧୮ ବର୍ଷ ପରେ ମଧ୍ୟ ଅନାଥ ଓ ଅସହାୟ ଯୁବପିଢ଼ିଙ୍କୁ ସହଯୋଗ କରିବେ ସରକାର। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରବିବାର ‘ଆଫ୍ଟରକେୟାର ସ୍କିମ୍’ ଘୋଷଣା କରି କହିଛନ୍ତି ଯେ, ଶିଶୁ ଯତ୍ନ କେନ୍ଦ୍ର ଛାଡ଼ୁଥିବା ୧୮ ବର୍ଷରୁ ଅଧିକ ବୟସର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ।

ଏହି ଯୋଜନା ଅଧୀନରେ ଉଚ୍ଚଶିକ୍ଷା, କୌଶଳ ବିକାଶ, ଚାକିରି ସୁଯୋଗ, କାଉନସେଲିଂ ଓ ଆର୍ଥିକ ସହାୟତା ଦିଆଯିବ। ଏହା ସହ ମାସିକ ଷ୍ଟାଇପେଣ୍ଡ୍ ବ୍ୟବସ୍ଥା ମଧ୍ୟ ରହିବ। ସରକାରଙ୍କ ଉଦ୍ଦେଶ୍ୟ ହେଉଛି କୌଣସି ଯୁବକ କିମ୍ବା ଯୁବତୀ ନିଜକୁ ଅସହାୟ ବା ଏକାକୀ ଅନୁଭବ ନ କରନ୍ତୁ।

ସରକାରୀ ସୂଚନା ଅନୁଯାୟୀ, ଦିଲ୍ଲୀରେ ପ୍ରତିବର୍ଷ ପ୍ରାୟ ୧୫୦ରୁ ୨୦୦ ଯୁବକଯୁବତୀ ୧୮ ବର୍ଷ ପରେ ଚାଇଲ୍ଡ କେୟାର ସଂସ୍ଥାରୁ ବାହାରୁଛନ୍ତି। ସେମାନଙ୍କ ପୁନର୍ବାସ ଓ ଭବିଷ୍ୟତ ସୁରକ୍ଷା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୩.୫ କୋଟି ଟଙ୍କାର ବଜେଟ୍ ମଧ୍ୟ ରଖାଯାଇଛି।

Show More

Related Articles

Back to top button