ଦେଶ

ସମାଜସେବାକୁ ଗୁରୁତ୍ୱ ଦେଲେ ଗଡ଼କରୀ

ପୁଣେ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ସେ ରାଜନୀତି ଠାରୁ ଅଧିକ ସମୟ ସମାଜସେବାକୁ ଦେଇଥାନ୍ତି। ସେ କହିଛନ୍ତି, ତାଙ୍କର ୯୦ ପ୍ରତିଶତ କାର୍ଯ୍ୟ ସାମାଜିକ କ୍ଷେତ୍ର ସହ ଜଡ଼ିତ ଥିବାରୁ ନିର୍ବାଚନ ପ୍ରଚାର ପାଇଁ ଅଲଗା ଚେଷ୍ଟା କରିବାକୁ ପଡ଼େନି।

ଗଡ଼କରୀ ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରର ଦ୍ରୁତ ବିକାଶ ଉପରେ ମଧ୍ୟ ଜୋର ଦେଇ କହିଛନ୍ତି ଯେ, ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଗାଡ଼ିଠାରୁ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି।

ସେହିପରି ବିଦର୍ଭ ଅଞ୍ଚଳରେ ଜଳ ସଂରକ୍ଷଣ ଓ ଚାଷୀ ସଚେତନତା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଭିନେତା ଆମିର ଖାନ ଓ ନାନା ପାଟେକର ମଧ୍ୟ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି।

Show More

Related Articles

Back to top button