ଶିଶୁଙ୍କର ଶାରୀରିକ ଏବଂ ମାନସିକ ବିକାଶ ପାଇଁ କରନ୍ତୁ ଏହି କାର୍ଯ୍ୟ
ପ୍ରତି ବାପା ମାଆ ଚାହାଁନ୍ତି ତାଙ୍କ ଶିଶୁ ସ୍ୱାସ୍ଥ୍ୟବାନ ହେଉ । ସେଥିପାଇଁ ସେମାନେ ଶରୀରର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରିବା ସହ ସର୍ବଦା ଯତ୍ନଶୀଳ ରୁହନ୍ତି । ତେବେ ଏହା ବ୍ୟାତୀତ ମାନସିକ ସୁସ୍ଥତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ମାନସିକ ସନ୍ତୁଳନ ଭଲ ରହିଲେ ଶରୀର ସୁସ୍ଥ ରହିବ ।
ସାହସ, ଆଶା, ସହାନୁଭୂତି ପରି ସକାରାତ୍ମକ ଭାବନା ତାଙ୍କ ଭିତରେ ବଢିବ ଏବଂ ଏହା ସେମାନେ କିପରି ଆଗକୁ ଯିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କିପରି ବାପା ମା’ ରହିବେ ସଚେତନ..
-ପିଲାମାନେ ସ୍ନେହ କାଙ୍ଗାଳ । କାହାର ସ୍ନେହ, ଶ୍ରଦ୍ଧା, ଭଲପାଇବା ପାଇଁ ସେମାନେ ଚାହିଁ ବସିଥାନ୍ତି । ତେଣୁ ସେମାନଙ୍କ ସହ ସେମିତି ଏକ ସମ୍ପର୍କ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ । ହେଲେ ମାନସିକ ସମସ୍ୟା ଥିବା ପିଲାଙ୍କ କଥା ଟିକେ ଭିନ୍ନ । ସେମାନଙ୍କ ନିଜ ଭିତରେ ଯେପରି ତୁମର ଭଲ ପାଇବା ଅନୁଭବ କରିବେ ସେହିପରି ସେମାନଙ୍କୁ ହାଣ୍ଡେଲ କରାଯିବା ଉଚିତ ।
– ନିଜ କଥାବାର୍ତ୍ତା ମାଧ୍ୟମରେ ମାନସିକ ଅନଗ୍ରସର ପିଲାଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରାଇବା ଦରକାର ଯେ ତୁମର ଭଲପାଇବା ତାଙ୍କ ପ୍ରତି ରହିଛି । ଏହିପରି କଥା କହି ସେମାନଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି କରିବା ଉଚିତ ।
-ନିଜକୁ ଭଲପାଇବା, ନିଜ ଭାବପ୍ରବଣତା ପ୍ରତି ସଚେତନ ରହିବା ତଥା ଯେ କୌଣସି କାମ ପ୍ରତି ଧ୍ୟାନ ବଢାଇବା ପରି ଗୁଣକୁ ନିଜ ଭିତରେ କିପରି ବଢ଼ାଇବେ ସେଥିପ୍ରତି ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବାପା-ମା’ଙ୍କ ଦାୟିତ୍ୱ ।
– ଛୋଟ, କିଶୋର ପିଲାମାନଙ୍କ ଭିତରେ ଦୁଃଖ, ରାଗ, ସ୍ନେହ, ନିଃସଙ୍ଗତା, ହତାଶାବୋଧ ସବୁ ରହିଛି । ଏ ସବୁକୁ ନେଇ ସେମାନେ ବେଶ ଭାବପ୍ରବଣ । ଏସବୁ ଭିତରେ ବି ସାହସ, ଆଶା ପରି ସକାରାତ୍ମକ ଚିନ୍ତାଧାରାର ମୂଲ୍ୟକୁ ସେମାନେ କିପରି ବୁଝିବେ ସେଥିପ୍ରତି ଅଭିଭାବକ ଧ୍ୟାନ ଦେବା ଦରକାର ।