Breaking PLUSଓଡ଼ିଶାମୁଖ୍ୟ ଖବର
ଓପିଏସ୍ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରୀଧାରୀ ଡାକ୍ତରଙ୍କ ପ୍ରତିବାଦ

କଟକ, 6 ଏପ୍ରିଲ- ରାସ୍ତାକୁ ଓହ୍ଲାଇଲେ ଡାକ୍ତର । ଓପିଏସସି ଘେରାଉ କଲେ ଡିଗ୍ରୀଧାରୀ ଡାକ୍ତର । ସାର୍ଟିଫିକେଟ ଯାଂଚ ପରେ ନିଯୁକ୍ତି ମିଳିନଥିବାରୁ ଡାକ୍ତର ଓପିଏସସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ଆଜି କଟକ ଓପିଏସ୍ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରୀଧାରୀ ଡାକ୍ତରମାନେ ପ୍ରତିବାଦ କରିଛନ୍ତି । ନିଯୁକ୍ତି ପାଇନଥିବା ଶତାଧିକ ଏମ୍ବିବିଏସ୍ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓପିଏସ୍ସି ଦ୍ଵାରା କୃତକାର୍ଯ୍ୟ ପରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା । ୮୨୨ ଜଣଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ୧୦୧୮ ଜଣଙ୍କୁ ନିଯୁକ୍ତି ମିଳିନି । ଯାହା ପ୍ରତିବାଦରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେବେ ଏ ସମ୍ପର୍କରେ ଓପିଏସ୍ସି ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ ।


