ବିଧାନସଭାମୁଖ୍ୟ ଖବର

ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଭିତରେ ପଶିଲା ଅଜଣା କାର

ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି

ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଗମ୍ଭୀର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ଦିଲ୍ଲୀ ବିଧାନସଭା ପରିସରରେ ଏକ ଅଜଣା କାର ଅନଧିକୃତ ଭାବେ ପ୍ରବେଶ କରିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଗାଡ଼ିଟି ମୁଖ୍ୟ ଫାଟକ ଦେଇ ଜୋରଜବରଦସ୍ତି ପ୍ରବେଶ କରିଥିଲା। ଏହାରେ ସେଠାରେ ଥିବା କର୍ମଚାରୀ ଓ ସୁରକ୍ଷା କର୍ମୀମାନଙ୍କ ମଧ୍ୟରେ ଆତଙ୍କ ଓ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।
ଅଧିକ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି, ଗାଡ଼ିଟି ପରିସର ଭିତରକୁ ପ୍ରବେଶ କରିବା ପରେ ଚାଳକ ତୁରନ୍ତ ପଳାଇ ଯାଇଥିଲେ ଏବଂ ପରେ ସେହି ଗାଡ଼ି ପରିସରରୁ ବାହାରିବାରେ ମଧ୍ୟ ସଫଳ ହୋଇଥିଲା। ଘଟଣା ପରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ନିଖୋଜ ହୋଇଯାଇଛି।

ଏହି ଘଟଣା ପୋଲିସ ବିଭାଗ ଓ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଗାଡ଼ି ଓ ଚାଳକଙ୍କ ସନ୍ଧାନରେ ତଦନ୍ତ ଆରମ୍ଭ କରିଛି।

ଏହି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉଲ୍ଲଂଘନ ପରେ ପ୍ରଶ୍ନ ଉଠୁଛି, କିପରି ଏକ ଅଜଣା ଗାଡ଼ି ବିଧାନସଭା ପରିସରକୁ ପ୍ରବେଶ କଲା? । ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା? । ଏହା ପଛରେ କୌଣସି ଯୋଜନାବଦ୍ଧ ଉଦ୍ଦେଶ୍ୟ ରହିଛି କି? ।
ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ପୁଣିଥରେ ସମୀକ୍ଷା କରିବା ସହ କଡ଼ା ପଦକ୍ଷେପ ନିଆଯିବାର ସମ୍ଭାବନା ରହିଛି।

Show More

Related Articles

Back to top button