Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ ସଫଳ ପରୀକ୍ଷଣ ସମ୍ପନ୍ନ

ଦେଶର ରେଳ ପରିବହନ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯିବାକୁ ଯାଉଛି। ଭାରତୀୟ ରେଳ ପକ୍ଷରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ ଆରମ୍ଭ ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟକୁ ପହଞ୍ଚିଛି।

ହାଇଡ୍ରୋଜେନ୍ ଟ୍ରେନ୍‌ ସହ ଏହାର ଇନ୍ଧନ ଷ୍ଟେସନ୍‌ ମଧ୍ୟ ପ୍ରାୟ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ସୁରକ୍ଷା ଯାଞ୍ଚ ଚାଲିଛି। ଏହି ମଧ୍ୟରେ ଟ୍ରେନ୍‌ର ପ୍ରଥମ ପରୀକ୍ଷଣ ସଫଳତାର ସହିତ ସମ୍ପନ୍ନ ହୋଇଛି।

ଏହି ପରୀକ୍ଷଣ ଜିନ୍ଦ ଏବଂ ସୋନିପତ ମଧ୍ୟରେ କରାଯାଇଥିଲା। ପରୀକ୍ଷଣ ସମୟରେ ଟ୍ରେନ୍‌ ଘଣ୍ଟା ପ୍ରତି ପ୍ରାୟ ୮୫ କିଲୋମିଟର ବେଗରେ ଚାଲିଥିବା ଜଣାପଡିଛି। ଏହି ଟ୍ରାୟାଲ୍‌ ଆଧାରରେ ଯାନ୍ତ୍ରିକ ତ୍ରୁଟି ଓ କାର୍ଯ୍ୟକ୍ଷମତାର ବିଶ୍ଳେଷଣ କରାଯିବ।

ଚେନ୍ନାଇରେ ନିର୍ମିତ ଏହି ଆଧୁନିକ ଟ୍ରେନ୍‌ରେ ମୋଟ ୧୦ଟି କୋଚ୍‌ ରହିବ। ସେଥିରୁ ୮ଟି କୋଚ୍‌ ଯାତ୍ରୀମାନଙ୍କ ପାଇଁ ଥିବା ବେଳେ ପ୍ରତ୍ୟେକ କୋଚ୍‌ରେ ପ୍ରାୟ ୧୦୦ ଜଣ ବସିପାରିବେ।

ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ପରିବେଶବାନ୍ଧବ ପରିବହନ ବ୍ୟବସ୍ଥାକୁ ଆଗକୁ ଆଣିବା ପାଇଁ ଭାରତ ଏହି ପଦକ୍ଷେପ ନେଇଛି। ହାଇଡ୍ରୋଜେନ୍ ଟ୍ରେନ୍‌ ଚାଲୁ ହେଲେ ଏହା ଦେଶର ସବୁଠାରୁ ଲମ୍ବା ଏପରି ପ୍ରକାରର ଟ୍ରେନ୍‌ ହେବାକୁ ଯାଉଛି। ସମସ୍ତ ପରୀକ୍ଷା ଓ ସୁରକ୍ଷା ଯାଞ୍ଚ ସମାପ୍ତ ହେବା ପରେ, ଏହି ଟ୍ରେନ୍‌ ଆସନ୍ତା ବର୍ଷରୁ ନିୟମିତ ଚଳାଚଳ କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button