Breaking PLUSଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗୃହୀତ କରିଛନ୍ତି। ଏନେଇ ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ। ବ୍ୟକ୍ତିଗତ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଉଥିବା କଥା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ।

୨୦୧୩ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ପଦରେ ଦାୟିତ୍ୱ ତୁଲାଇଛନ୍ତି। ସେ ମାଲକାନଗିରି ଓ ଗଞ୍ଜାମ ଏସ୍‌ପି ଭାବେ କାର୍ଯ୍ୟ କରିଥିବା ବେଳେ କଟକ ଡିସିପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ପରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।

ଜଗମୋହନ ମୀନା ଆଇଆଇଟି କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଇସ୍ତଫା ନେଇ ସେ କହିଥିଲେ ଯେ, ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶାରେ କାର୍ଯ୍ୟକାଳ ସମୟରେ ଜନସାଧାରଣଙ୍କ ଠାରୁ ମିଳିଥିବା ସ୍ନେହ ଓ ସମର୍ଥନ ପାଇଁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Show More

Related Articles

Back to top button