Breaking PLUSଓଡ଼ିଶାମୁଖ୍ୟ ଖବର
ଲାଂଚ ନେବା ବେଳେ ଧରାପଡିଲେ ଡାକ୍ତର
ଭବାନୀପାଟଣା: ଲାଞ୍ଚ ହେଲା କାଳ । ଲାଂଚ ନେବା ବେଳେ ଧରାପଡିଲେ ଡାକ୍ତର। ଭବାନୀପାଟଣା ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଦାସ ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି। ଡାକ୍ତର ଙ୍କ ସରକାରୀ କ୍ୱାର୍ଟର ରୁ ନଗଦ ୯୬ ହଜାର ୮୫୦ ଟଙ୍କା ଠାବ କରାଯାଇଛି।କଳାହାଣ୍ଡି , ନୂଆପଡ଼ା, ନବରଙ୍ଗପୁର ଏବଂ ଜୟପୁର ଡିଭିଜନ ର ୧୦ ଜଣିଆ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଡାକ୍ତରଙ୍କ ଚ୍ୟାମ୍ବର୍ ଏବଂ ସରକାରୀ କ୍ୱାର୍ଟରରେ ଚଢାଉ ଜାରି ରଖିଛନ୍ତି।