
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦର ନିକଟରେ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତର ଆୟୋଜନ କରାଯାଇଥିଲା । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଅନେକ ବିଜେଡି ଓ ବିଜେପି ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିଥିଲେ । ଅତିଥି ଭବନରେ କିଛି ସମୟ ବିଶ୍ରାମ ନେଲା ପରେ ବିଧାନସଭାରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହା ପରେ ନିମନ୍ତ୍ରଣ ଗ୍ରହଣ କରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଓ ସାଂସଦ ପିନାକୀ ମିଶ୍ର ମଧ୍ୟ ସାଙ୍ଗରେ ମଧ୍ୟାହ୍ନ ଭୋଜନ କରିଥିଲେ ।ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କୁ ନିରାମିଷ ଭେଜନ ପରଷା ଯାଇଥିଲା। ଏଥିରେ ଥିଲା ସ୍ୱାଦିଷ୍ଠ ଓଡ଼ିଆ ଖାଦ୍ୟ। ଏହି ସମୟରେ ନବୀନ ନିବାସରେ ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା। ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ନବୀନ ନିବାସରୁ ବିମାନବନ୍ଦର ଅଭିମୁଖେ ବାହାରିଥିଲେ।