ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଓଜନ ନିୟନ୍ତ୍ରଣ ପାଇଁ ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍

ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ମୁଖ୍ୟ ସମସ୍ୟା । ଅନେକ ନିଜ ମୋଟାପଣ ଅଥବା ଓଜନକୁ ନେଇ ବହୁ ଚିନ୍ତିତ । ଓଜନ କମାଇବା ପାଇଁ କେହି କେହି ବିଭିନ୍ନ ପଦ୍ଧତି ଆପଣାଇଥାନ୍ତି । କିଏ ଜିମ୍ ଯାଇଛି ତ ପୁଣି କିଏ ଡାଏଟ କରୁଛି । ସଭିଏଁ ଚାହାନ୍ତି ଫିଟ୍‌ ରହିବାକୁ। ମାତ୍ର ଖାଦ୍ୟକୁ ନିୟନ୍ତ୍ରଣରେ ରଖି ଫିଟ୍‌ ରହିବାକୁ କେହି ବି ଚାହାନ୍ତି ନାହିଁ। ସଭିଏଁ ଚାହାନ୍ତି ଆମେ ସବୁ ସ୍ବାଦିଷ୍ଟ ଜିନିଷ ଖାଇବା ପରେ ଯେପରି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରୁ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ଖାଇବା ପୂର୍ବରୁ ଗ୍ରହଣ କରିବା ଦ୍ବାରା ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ।

ବେଳେବେଳେ ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍‌ ହେତୁ ମୋଟାପଣ ବଢ଼ିଥାଏ।ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍‌ ନିଷ୍ପତ୍ତି।

ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି , ତେବେପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍-

ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍‌ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ। ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି। ଏହି ସୁପ୍‌କୁ ଖାଦ୍ୟ ଖାଇବାର ୧୦ ମିନିଟ୍‌ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି। ପ୍ରତିଦିନ ଏହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ ନିଶ୍ଚୟ ନିୟନ୍ତ୍ରଣରେ ରହିବ।

Show More

Related Articles

Back to top button