Breaking PLUSଓଡ଼ିଶାମୁଖ୍ୟ ଖବର

ଜିରୋ ଆୱାରରେ ମଦ୍ୟପାନ କରି ଗାଡ଼ି ଚାଳନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଡିସେମ୍ବର ୩୧ ଜିରୋ ଆୱାରରେ ମଦ୍ୟପାନ କରି ଗାଡ଼ି ଚାଳନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗାଡ଼ି ଜବତ ସହ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ଏପରି କି ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ଉଲ୍ଲଙ୍ଘନକାରୀ ଗାଡ଼ି ଚାଳକ ଯଦି ପରିଚୟ ପ୍ରଦାନରେ ସହଯୋଗ ନ କରନ୍ତି, ସମ୍ପୃକ୍ତ ଗାଡ଼ିର ମାଲିକଙ୍କ ଠାରୁ ଗାଡ଼ିଚାଳକର ସମସ୍ତ ବିବରଣୀ ମଗାଯିବ। ଯଦି ସେ ଏହା ପ୍ରଦାନରେ ଖିଲାପ କରନ୍ତି ମୋଟର ଯାନ ଆଇନ ଅନୁଯାୟୀ ମାମଲା ରୁଜୁ ହେବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର ନିର୍ଦେଶ ଦେଇଛନ୍ତି।

Show More

Related Articles

Back to top button