ଓଡ଼ିଆ ଗଳ୍ପଓଡ଼ିଶା
ଦୂର ଭାବନା,,,,,,,,

ଦୂର ଭାବନା,,,,,,,,
ଯାଉଚି ମୁଁ ସାଥୀ କେତେଯେ ଦୂରକୁ
ଅଜଣା ରାଇଜ,ଆଖିବି ପାଏନା
ଫେରିବି କିି ନାହିଁ,ସେ ଅଫେରା ରାଇଜୁ
ହେଲେ ନେଇଯାଏ ତୁମରି ଭାବନା,
ସାଥିରେ ଅଛି ମୋ ତୁମ ମିଠା ପ୍ରେମ
ସେ,ଅଭୁଲା ସ୍ମୁତିର ଅନେକ କାହାଣୀ
ଦେଇଥିଲ କେବେ ପ୍ରଥମ ପ୍ରେମରେ
ପୁ୍ଣି,ମନେପଡେ ପ୍ରଥମ ଚାହାଣି ,
ଦୂରେଇ ଦେବନି କେବେ ହୃଦୟରୁ
ରଖୁଥିବ ନିତି ଆଖି ପଲକରେ
ଭୂଲିବି ଯିବନି ସେ,ପୁରୁଣା ସ୍ମୁତିକୁ
ଆଙ୍କୁଥିବ ମନେ,ମନ ଆଇନାରେ,
କେତେ ଭାବନାରେ ନିତି ବୁଡୁଥିଲେ
ସ୍ବପ୍ନରେ ବିଭୋର କେତେଯେ କାହାଣୀ
ଗଢିବାକୁ ଥିଲା କେତେ ଜୀବନ ମିନାର
ଅଧା ରହିଗଲା ସ୍ବପ୍ନ,କାହିଁକି କେଜାଣି?
ଭାବିବନି କେବେ ଯିବି ମୁଁ ଦୂରେଇ
ରହଚି ରହିବି ସାଥେ ତୁମ ସଦା
ଆସୁପଛେ ଝଡ ହେବାନି ଅଲଗା
କଥା ଦିଅ ସାଥୀ ଆସୁ ଯେତେ ବାଧା,
ଫେରିବିକି କେବେ ସେ କଥା ଜାଣେନା
ଛାତିରେ ଭରା ମୋ ଅନେକ କଳ୍ପନା
ଯେଉଁ କଳ୍ପନାର ଜାଲ ବୁଣିଥିଲେ
କୁହ ସାଥୀ,ସତ ହେବକି ଭାବନା???
।।ପ୍ରଶାନ୍ତ ପତି।।ଜଗତସିଂହପୁର।