Breaking PLUSଅପରାଧଆଇନ କାନୁନଓଡ଼ିଶାଜୀବନଚର୍ଯ୍ୟାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱାସ୍ଥ୍ୟ
ପଞ୍ଚାୟତ ନିର୍ବାଚନ ବେଳେ ବାଲେଶ୍ୱରରୁ ସର୍ବାଧିକ ମଦ ଜବତ
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି ।

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଉର୍ଦ୍ଧ୍ୱ ମତଦାନ ହୋଇଛି । ତେବେ ପଞ୍ଚାୟତ ନିର୍ବାଚନ ବେଳେ ମଦ ବନ୍ୟା ହୋଇଥିବା ଦେଖିବାକୁ ମିଳିଛି । ଜାନୁଆରୀ ୧୯ରୁ ଫେବ୍ରୁଆରୀ ୧୮ ସୁଦ୍ଧା ୩ ଲକ୍ଷ ୮୮ ହଜାର ଲିଟରରୁ ଅଧିକ ମଦ ଜବତ ହୋଇଛି । ବାଲେଶ୍ୱରରୁ ସର୍ବାଧିକ ମଦ ଜବଦ ହୋଇଥିବା ଜଣାପଡିଛି । ୨ ହଜାର ୩୧୦ ଗ୍ରାମ ଡ୍ରଗ୍ସ ଓ ୩୮ଟି ମାରଣାସ୍ତ୍ର ଜବତ ହୋଇଛି । ୨୮ ହଜାର ୭୭୭ ଜଣଙ୍କ ନାଁରେ ମାମଲା ହୋଇଛି । ୧ ହଜାର ୯୦୭ ଜଣଙ୍କୁ ଗିରଫ କରାଯାଇଛି । ତେବେ ନିର୍ବାଚନ ବେଳେ ଲୋକମାନେ ଅତ୍ୟଧିକ ମଦ୍ୟପାନ କରି ଗଣ୍ଡଗୋଳ କରୁଥିବା ଜଣାପଡିଛି ।