ଉତ୍ତର ଭାରତରେ ଭୂକମ୍ପ ଝଟକା:ଦିଲ୍ଲୀ-ଏନ୍ସିଆର ସହ ଅନେକ ଅଞ୍ଚଳରେ ଆତଙ୍କ

ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଆଜି ଅନୁଭୂତ ହୋଇଥିବା ଭୂକମ୍ପ ଝଟକା ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଦିଲ୍ଲୀ-ଏନ୍ସିଆର, ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଅନେକ ସ୍ଥାନରେ ଲୋକେ ଘର ଓ କାର୍ଯ୍ୟାଳୟ ଛାଡ଼ି ବାହାରକୁ ଆସିଥିଲେ।
ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରବିନ୍ଦୁ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଥିଲା ଏବଂ ଆଫଗାନିସ୍ତାନରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ 5.9 ରେକର୍ଡ ହୋଇଛି। ଏହି ଝଟକାର ପ୍ରଭାବ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା।
ସୌଭାଗ୍ୟବଶତଃ, ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ମିଳିନାହିଁ। ତଥାପି, ଦିଲ୍ଲୀ ଜୋନ୍ IV (Zone ୪) ରେ ଥିବାରୁ ଏହାକୁ ଉଚ୍ଚ ଭୂକମ୍ପ ଜୋଖିମ ଅଞ୍ଚଳ ଭାବେ ଗଣାଯାଏ, ଯେଉଁଠାରେ ୬ –୬ .୯ ତୀବ୍ରତାର ଭୂକମ୍ପ ଘଟିପାରେ।
ଏହା ଚଳିତ ବର୍ଷରେ ଦିଲ୍ଲୀ-ଏନ୍ସିଆର ରେ ତୃତୀୟ ଭୂକମ୍ପ ଘଟଣା ଥିବାରୁ, ଭୂକମ୍ପ ସମ୍ବେଦନଶୀଳତା ନେଇ ଚିନ୍ତା ବଢ଼ିଛି। ବିଶେଷଜ୍ଞମାନେ ସଚେତନ ରହିବା ସହିତ ସୁରକ୍ଷା ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି।



