Breaking PLUSଦେଶମୁଖ୍ୟ ଖବରରାଜନୀତି

5 ରାଜ୍ୟରୁ 650 କୋଟିରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ – ECI

ନୂଆଦିଲ୍ଲୀ- ଆଗାମୀ ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ପ୍ରଭାବିତ ପାଇଁ ବ୍ୟବହୃତ ୬୫୦ କୋଟିରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ ହୋଇଛି । ଏନେଇ  ECIଙ୍କ ପକ୍ଷରୁ ସୂଚନା ଜାରି ହୋଇଛି । ଟଙ୍କା, ମଦ, ଡ୍ରଗ୍ସ ଓ ମାଗଣା ବଣ୍ଟନ ସାମଗ୍ରୀ ଜବତ ନେଇ ସୂଚନା ମିଳିଛି ।

ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶରେ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର କଠୋର ପାଳନ ପାଇଁ ବ୍ୟାପକ ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ଅଧୀନରେ 5,173ରୁ ଅଧିକ ଫ୍ଲାଇଂ ସ୍କ୍ୱାଡ୍ ଏବଂ 5,200ରୁ ଅଧିକ ଷ୍ଟାଟିକ ସର୍ଭିଲାନ୍ସ ଟିମ୍ ନିୟୋଜନ କରାଯାଇଛି। ଏହି ଟିମମାନେ ବିଭିନ୍ନ ଅଞ୍ଚଳରେ ନିରନ୍ତର ତଦନ୍ତ, ତଲାଶି ଏବଂ ନାକାବନ୍ଦି ଅଭିଯାନ ଚାଲୁ ରଖିଛନ୍ତି, ଯାହା ଦ୍ୱାରା ବେଆଇନ କାର୍ଯ୍ୟକଳାପ ଉପରେ ସତ୍ୱର ନିୟନ୍ତ୍ରଣ ରଖାଯାଉଛି।

ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟ୍ରୋନିକ୍ ସିଜର୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ମାଧ୍ୟମରେ 26 ଫେବୃଆରୀରୁ ଏପର୍ଯ୍ୟନ୍ତ ବହୁ ପରିମାଣରେ ବେଆଇନ ସାମଗ୍ରୀ ଜବତ ହୋଇଛି। ଏଥିରେ 53.2 କୋଟି ଟଙ୍କା ନଗଦ, 79.3 କୋଟି ଟଙ୍କାର ମଦ, 230 କୋଟି ଟଙ୍କାର ମାଦକ ଦ୍ରବ୍ୟ, 58 କୋଟି ଟଙ୍କାର ମୂଲ୍ୟବାନ ଧାତୁ ଏବଂ 231.01 କୋଟି ଟଙ୍କାର ଅନ୍ୟାନ୍ୟ ମାଗଣା ଉପହାର ରହିଛି ।

Show More

Related Articles

Back to top button