Breaking PLUSଓଡ଼ିଶାମୁଖ୍ୟ ଖବର

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ନେଇ ସ୍ପଷ୍ଟୀକରଣ

ଭୁବନେଶ୍ୱର- ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ନେଇ ସ୍ପଷ୍ଟୀକରଣ ରଖିଛି ଦକ୍ଷିଣ ତଟ ରେଳପଥ । ଦକ୍ଷିଣ ତଟ ରେଳପଥରେ ସାମିଲ୍‌ କେତେକ ଷ୍ଟେସନ୍‌ ନେଇ ସ୍ପଷ୍ଟୀକରଣରେ ରେଲୱେ ପକ୍ଷରୁ କୁହାଯାଇଛି ଯେ, ପଲାସା-ଇଚ୍ଛାପୁରମ୍ ସେକ୍ସନରେ ୭ଟି ଷ୍ଟେସନ୍‌ ସାମିଲ ରହିଛି । ଏହି ସମସ୍ତ ଷ୍ଟେସନ୍‌ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର, ଓଡ଼ିଶାର ନୁହେଁ  । ମୁଖ୍ୟତଃ ଯାତ୍ରୀ ପରିବହନ ପରିଚାଳନା କରିଥାଏ, ମାଲ ପରିବହନ କେନ୍ଦ୍ର ନୁହେଁ । ପୂର୍ବ ତଟ ରେଳପଥର ରାଜସ୍ୱରେ ଏହାର କୌଣସି ପ୍ରଭାବ ନାହିଁ  । ଏହା ଦ୍ୱାରା ଟ୍ରେନ୍‌ ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ  । ବର୍ତ୍ତମାନ ଚାଲୁଥିବା ସମସ୍ତ ଟ୍ରେନ୍‌ ପୂର୍ବବତ୍‌ ଚାଲୁ ରହିବ ବୋଲି ଦକ୍ଷିଣ ତଟ ରେଳପଥ ପକ୍ଷରୁ କୁହାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ପଲାସା-ଇଚ୍ଛାପୁରମ୍ ସେକ୍ସନ ଏବେ ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ୍ ଅଧୀନରେ ରହିଛି । ଯାହାକୁ ଆଗାମୀ ଦିନରେ ଦକ୍ଷିଣତଟ ରେଳପଥର ବିଶାଖାପାଟଣା ସବ୍ଡିଭିଜନକୁ ହସ୍ତାନ୍ତର କରାଯିବ। ପୂର୍ବରୁ ଦକ୍ଷିଣତଟ ରେଳପଥର ସୀମାରେଖା ସ୍ଥିର ହୋଇଥିଲା । ମାତ୍ର ପୁଣି ଏଥିରେ ପରିବର୍ତ୍ତନ କରିଛି ରେଳବୋର୍ଡ ।

Show More

Related Articles

Back to top button