ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆଜି ପ୍ରକାଶ ପାଇବ କଂଗ୍ରେସ ସଭାପତି ପଦ ନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ କଂଗ୍ରେସ ସଭାପତି ପଦ ନିର୍ବାଚନ ବିଜ୍ଞପ୍ତି। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ। ଏନେଇ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ। ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହେବ। ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣି ଅଧିକାରୀମାନେ ବୈଠକ କରିବେ ବୋଲି ଜଣାପଡିଛି । ତେବେ ଏଥର ସଭାପତି ନିର୍ବାଚନ ଦୌଡ଼ରେ ଅଶୋକ ଗେହଲଟ ଓ ଶଶି ଥରୁର ଥିବା ଚର୍ଚ୍ଚା ହେଉଛି । ତେବେ ରାହୁଲ ସଭାପତି ପଦ ଲାଗି ନାମାଙ୍କନ ଭରିବା ଦାବି ଜଣାଇ ବିଭିନ୍ନ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ସତ୍ତ୍ୱେ ସେ ରାଜିନଥିବା ଜଣାପଡିଛି । ଏଭଳି ସ୍ଥଳେ କଣ ହେଉଛି କଂଗ୍ରେସ ରାଜନୀତି ଓ କିଏ ସଭାପତି ପଦ ନିର୍ବାଚନ ପାଇଁ ନାମାଙ୍କନ ଭରୁଛନ୍ତି ତା ଉପରେ ନଜର ରହିଛି। ସେହିପରି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ଚାଲିଛି। କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ି‌ବେ ବୋଲି ଜଣାପଡ଼ିଥିବା ବେଳେ ଗତକାଲି ଆଉ ଜଣେ ନେତାଙ୍କ ନାମ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି।

 

Show More

Related Articles

Back to top button