Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ସମ୍ବଲପୁର ଜିଲ୍ଲାର ରେଢାଖୋଲ ଅଞ୍ଚଳରେ ପୋଲିସ ସହ ଏକ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କର ଆହତ ହୋଇଛି। ପୋଲିସ ଗୁଳିରେ ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି।
ଆହତ ଅବସ୍ଥାରେ ଟିମାକୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଟିମାଙ୍କର ତିନି ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପିସ୍ତଲ, ଜୀବନ୍ତ ଗୁଳି, ବୋଲେରୋ ଗାଡ଼ି ଏବଂ ତାର କଟା ଯନ୍ତ୍ର ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଟିମା ନାଁରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଓ ତାର ଚୋରି ସମ୍ବନ୍ଧୀୟ ୪୧ରୁ ଅଧିକ ମାମଲା ରହିଛି।
ଆଜି ସକାଳେ ଡୁମଛାଲି ଜଙ୍ଗଲ ନିକଟରେ ପୋଲିସ ଟିମାକୁ କାବୁ କରିବାକୁ ଯାଉଥିବାବେଳେ ସେ ପୋଲିସ ଉପରେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଏହାର ପ୍ରତିଉତ୍ତରରେ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିଲା।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button