ଭାରତ ବ୍ୟତୀତ ଆଉ କେଉଁ ସବୁ ଦେଶର ଜାତୀୟ ପତାକା ତ୍ରିରଙ୍ଗା?
ଜାଣନ୍ତୁ ପାକିସ୍ତାନୀ ପତାକାର ନାମ କ’ଣ?

ଦିନ କେଇଟା ପରେ ଭାରତ ପାଳନ କରିବ ସ୍ୱାଧୀନତାର ୭୫ ତମ ବାର୍ଷିକ। ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲାରେ ଜାତୀୟପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏଣୁ ପ୍ରଧାନମନ୍ତ୍ରୀ ‘ହରଘର’ ତିରଙ୍ଗା ଆହ୍ୱାନ ଦେଇଛନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତ୍ରିରଙ୍ଗା କେବଳ ଆମ ଜାତୀୟ ପତାକା ନୁହେଁ ଆହୁରି ଅନେକ ଦେଶ ଅଛନ୍ତି ଯେଉଁମାନଙ୍କ ଜାତୀୟ ପତାକା ମଧ୍ୟ ଟ୍ରାଇକଲର। ଭାରତ ବ୍ୟତୀତ ମିତ୍ର ରାଷ୍ଟ୍ର ଋଷିଆର ଜାତୀୟ ପତାକା ମଧ୍ୟ ଟ୍ରାଇକଲର। ଧଳା, ନିଳ ଓ ଲାଲ ରଙ୍ଗର ପଟ୍ଟିରେ ତିଆରି ଋଷିଆ ଜାତୀୟ ପତାକା, ଯାହାକୁ ଦେଶରେ ଲୋକେ ଟ୍ରାଇକଲର ବୋଲି କହନ୍ତି। କେବଳ ଋଷିଆ ନୁହେଁ ବ୍ରିଟେନ ଜାତୀୟ ପତାକା ମଧ୍ୟ ତିନୋଟି ରଙ୍ଗର। ଧଳା,ନୀଳ ଓ ଲାଲ ରଙ୍ଗ। ଯାହାକୁ ଲୋକେ ୟୁନିୟନ ଜ୍ୟାକ୍ ଓ ୟୁନିୟନ ଫ୍ଲାଗ ମଧ୍ୟ କୁହନ୍ତି। ଫ୍ରାନ୍ସର ଜାତୀୟ ପତାକା ମଧ୍ୟ ତ୍ରିରଙ୍ଗା। ନିଳ, ଧଳା ଓ ଲାଲ ରଙ୍ଗର ପତାକାକୁ ଇଂରାଜୀରେ ଟ୍ରାଇ କଲର ମଧ୍ୟ କହନ୍ତି।
ତେବେ ଭାରତ ସହ ଗୋଟିଏ ଦିନରେ ସ୍ୱାଧୀନ ହୋଇଥିବା ପାକିସ୍ତାନର ଜାତୀୟ ପତାକାର ଦୁଇଟି ରଙ୍ଗ। ସବୁଜ ଓ ଧଳା। ଏଥିରେ ଜହ୍ନ ଓ ତାରା ଚିତ୍ର ମଧ୍ୟ ରହିଛି। ଯାହାକୁ ପାକିସ୍ତାନରେ ‘ପରଚମ ଏ-ସିତାରା ଓ-ହିଲାଲ’ କୁହାଯାଏ। ତେବେ ଗୋଟିଏ ଦିନରେ ସ୍ୱାଧୀନ ହୋଇଥିଲେ ବି ପାକିସ୍ତାନ ଦିନକ ପୂର୍ବରୁ ଜାତୀୟ ଦିବସ ପାଳନ କରିଥାଏ। ଆମେରିକାର ଜାତୀୟ ପତାକା ମଧ୍ୟ ୩ ରଙ୍ଗର । ଏହାକୁ ଷ୍ଟାରସ୍ ଏଣ୍ଟ ଷ୍ଟ୍ରାଇପସ୍, ଷ୍ଟାର ସ୍ପେଙ୍ଗଲଡ ବ୍ୟାନର ଏବଂ ଓଲ୍ଡ ଗ୍ଲୋରୀ ବୋଲି କୁହାଯାଏ। ତେବେ ଆମେରିକା ଜାତୀୟ ପତାକାର ଲୋକପ୍ରୀୟ ନାମଟି ହେଉଛି ଓଲ୍ଡ ଗ୍ଲୋରି।