Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନର ବଜାରରେ ବିସ୍ଫୋରଣ : ୯ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ପାକିସ୍ତାନରେ ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି। ମଙ୍ଗଳବାର ଉତ୍ତର-ପଶ୍ଚିମ ଅଞ୍ଚଳର ଏକ ବ୍ୟସ୍ତ ବଜାରରେ ହୋଇଥିବା ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି, ଯାହାମଧ୍ୟରେ ଦୁଇ ଜଣ ପୋଲିସ କର୍ମୀ ଅଛନ୍ତି। ଅନେକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଫଗାନିସ୍ତାନ ସୀମାନ୍ତ ବାନୁ ଜିଲ୍ଲା ନିକଟ ସରାଇ ନୌରଙ୍ଗ ବଜାରରେ ଏକ ଅଟୋ ରିକ୍ସାରେ ବିସ୍ଫୋରକ ଲଗାଇ ଏହି ଆକ୍ରମଣ କରାଯାଇଥିଲା। ବଜାର ମଝିରେ ହଠାତ୍ ଭୟଙ୍କର ବିସ୍ଫୋରଣ ହେବାରୁ ଚାରିପାଖରେ ଭୟଙ୍କର ଧ୍ୱଂସ ଘଟିଥିଲା।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଅନେକ ଶରୀର ଖଣ୍ଡ ବିଖଣ୍ଡ ହୋଇଯାଇଥିବା ଏବଂ ଦୋକାନ, ଗାଡ଼ି ଓ ଆସପାସର ସମ୍ପତ୍ତି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଘଟଣା ସୂଚନା ପାଇବା ପରେ ପୋଲିସ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଦଳ ତୁରନ୍ତ ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତମାନଙ୍କୁ ବାନୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ନୌରଙ୍ଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ସଇଦ ଖାନ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଅଶାନ୍ତିର ପରିସ୍ଥିତି ରହିଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button