Breaking PLUSଦେଶମୁଖ୍ୟ ଖବର

ଯାତ୍ରୀ ଭିଡ଼ ଦୃଷ୍ଟିରେ ପ୍ରମୁଖ ଟ୍ରେନରେ ବଢ଼ିଲା ଅତିରିକ୍ତ କୋଚ୍

ଭୁବନେଶ୍ୱର: ବଢ଼ୁଥିବା ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ କିଛି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଯାତ୍ରୀମାନେ ଅଧିକ ସୁବିଧାରେ ଯାତ୍ରା କରିପାରିବେ।
୧୨୮୩୭ ହାୱଡ଼ା–ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ୯ ମେ’ରୁ ୧୫ ମେ’ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ କୋଚ୍ ଯୋଡ଼ାଯିବ। ସେହିପରି ୧୮୦୪୫ ଶାଲିମାର–ଚାରଲାପଲ୍ଲୀ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ରେ ମଧ୍ୟ ଏହି ସମୟରେ ଗୋଟିଏ ଅତିରିକ୍ତ ଏସି ୩-ଟିୟର କୋଚ୍ ସଂଯୋଜନ କରାଯିବ।
ଏହା ସହ ୧୮୦୬୩ ସାନ୍ତ୍ରାଗାଛି–ୟେଲାହାଙ୍କା ଏସି ଏକ୍ସପ୍ରେସ୍‌ରେ ୧୪ ମେ’ରେ ଗୋଟିଏ ଅତିରିକ୍ତ ଏସି ୩-ଟିୟର କୋଚ୍ ଲାଗିବ।
ରେଳବାଇର ଏହି ବ୍ୟବସ୍ଥା ଫଳରେ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଯାତ୍ରୀ ଚାପ କମିବ।

Show More

Related Articles

Back to top button