Breaking PLUSଦେଶମୁଖ୍ୟ ଖବରରାଜନୀତି

ତାମିଲନାଡ଼ୁରେ ସରକାର ଗଢ଼ିବ TVK, ବିଜୟଙ୍କ ପାଇଁ ରାସ୍ତା ସଫା

ଚେନ୍ନାଇ: ତାମିଲନାଡ଼ୁରେ ସରକାର ଗଠନ ପାଇଁ ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ବିଭିନ୍ନ ବିରୋଧୀ ଦଳର ସମର୍ଥନ ପାଇବା ପରେ ଟିଭିକେ ବିଧାନସଭାରେ ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିଛି।
୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ୧୦୮ଟି ଆସନ ଜିତିଥିଲା। ପରେ କଂଗ୍ରେସର ୫ ବିଧାୟକଙ୍କ ସହ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ବିଦୁଥଲାଇ ଚିରୁଥାଇଗଲ କାଚି ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍‌ର ସମର୍ଥନ ମିଳିଛି।
ଏହାପରେ ବିଜୟ ଶିବିରର ସଂଖ୍ୟା ୧୨୦ରେ ପହଞ୍ଚିଛି, ଯାହା ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଅଧିକ। ଏବେ ବିଜୟ ତାମିଲନାଡ଼ୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇପାରିଛି।

Show More

Related Articles

Back to top button