Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବର
ଆବୁଧାବି ହସ୍ପିଟାଲରେ ଭାରତୀୟ ପାଇଲଟ୍ ସ୍ମିଥଙ୍କୁ ଭେଟିଲେ ୟୁଏଇ କ୍ରାଉନ ପ୍ରିନ୍ସ


ଆବୁଧାବିରେ ଚିକିତ୍ସାଧୀନ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ହସ୍ପିଟାଲରେ ଭେଟିଛନ୍ତି ୟୁଏଇର ଉପ ପ୍ରଧାନମନ୍ତ୍ରୀ ତଥା ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ୍ ମହମ୍ମଦ ଅଲ୍ ମାକତୁମ୍। ସାକ୍ଷାତ ସମୟରେ ସେ ଭାରତୀୟ ପାଇଲଟଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଥିଲେ।
ସାକ୍ଷାତ ସମୟର ଫଟୋକୁ ଶେଖ ହମଦାନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ସ୍ମିଥଙ୍କ ପାଇଁ ଆଜି ୟୁଏଇ ଗର୍ବିତ। ସେ ଫ୍ଲାଏଦୁବାଇ ଟିମ୍ର ଏକ ଅଂଶ ହେବା ସହ ୟୁଏଇ ଇତିହାସର ମଧ୍ୟ ଏକ ଅଂଶ। ନିଜ କର୍ତ୍ତବ୍ୟ ସହ ମାନବଜାତି ପ୍ରତି ଦାୟିତ୍ୱ ନିର୍ବାହ କରି ସେ ୟୁଏଇ ପାଇଁ ଗର୍ବ ଓ ପ୍ରଶଂସାର ପାତ୍ର ହୋଇଛନ୍ତି।
ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସ୍ମିଥ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ତାଙ୍କୁ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରୁଛି। ଏଥିସହ ଭାରତୀୟ ଦୂତାବାସ ନିୟମିତ ଭାବେ ସ୍ମିଥଙ୍କ ପରିବାର ସହ ଯୋଗାଯୋଗରେ ରହିଛି।