Breaking PLUSଓଡ଼ିଶାମୁଖ୍ୟ ଖବର

ସାମାନ୍ୟ ଘର ଭଡ଼ା ଟଙ୍କା ପାଇଁ ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ଜାଳିଦେଲା ବାପା !

ସାମାନ୍ୟ ଘର ଭଡ଼ା ଟଙ୍କା ପାଇଁ ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ଜାଳିଦେଲା ବାପା !  ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଅର ଅବସ୍ଥା ଗୁରୁତର ଥିବାବେଳେ ଆୟୁସିୟୁରେ ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ ଶନିବାର ବାରଙ୍ଗ ଗୋଡିସାହି ବାରସିଙ୍ଗା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ବୋହୂଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଜି ଗୁରୁତର ବୋହୂର ମୃତ୍ୟୁ ଘଟିଛି।  ଏହି ଘଟଣା ରେ ଅଭିଯୁକ୍ତ ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତକୁ ଅଟକ ରଖି ପୁଲିସ୍ ଅଧିକ ପଚରାଉଚରା ଜାରି ରଖିଛି।

Show More

Related Articles

Back to top button