ଓଡ଼ିଶା

ନନ୍ଦଲାଲାର ଆଗମନରେ ଉତ୍ସବମୁଖର ପରିବେଶ

ଆଜି ପବିତ୍ର ଜନ୍ମାଷ୍ଟମୀ । ଗାଁ ଠାରୁ ସହର ସବୁଠି ଉତ୍ସବମୁଖର ହୋଇଉଠିଛି ପରିବେଶ । ସାଜସଜ୍ଜା ରେ ମନୋହର ଦିଶୁଛି ମନ୍ଦିରଠୁ ଘର ଏବଂ ସବୁଠି ଶୁଭୁଛି କୃଷ୍ଣ କୃଷ୍ଣ ନାମ । ସତେ ଯେମିତି ଆଜି ଧରାପୃଷ୍ଠରେ ପରଂବ୍ରହ୍ମ ପୁନର୍ବାର ଜନ୍ମ ଗ୍ରହଣ କରିବେ ଏବଂ ପୁଣି ପାପର ବିନାଶ କରିବାକୁ ଆର୍ବିଭାବ ହେବେ । ଆଉ ମାତ୍ର କିଛି କ୍ଷଣ ବାକି । ଭକ୍ତ ଆଉ ଭଗବାନଙ୍କର ହେବ ମିଳନ । କେଉଁଠି ଭକ୍ତଟିଏ ନିଜର ମନୋଷ୍କାମନା ପୂର୍ଣ୍ଣ ପାଇଁ ଉପବାସ କରିଛି ତ ଆଉ କେଉଁଠି ନାମ ସଂର୍କୀତନରେ ମଜ୍ଜି ଯାଇଛି । ଆଜି ଧରାପୃଷ୍ଠ ସେ ମଦନ ମୋହନ କାହ୍ନାର ପ୍ରେମରେ ସତେ ଯେମିତି ରଙ୍ଗୀନ ହୋଇଯାଇଛି । ନୃତ୍ୟ ସଂଗୀତର ତାଳରେ ତାରି ନାମ ସ୍ମରଣ କରି ନାଚି ଯାଉଛି ପୁରପଲ୍ଲୀ ।

ଭାରତରେ ଦୁଇଟି ସ୍ଥାନରେ, ଏହି ପର୍ବ ଅତୁଳନୀୟ ଉତ୍ସାହ ଏବଂ ମହାନତାର ସହିତ ପାଳନ କରାଯାଏ | ସେଗୁଡିକ ହେଉଛି ମଥୁରା ଏବଂ ବୃନ୍ଦାବନ; ପୂର୍ବଟି ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ହୋଇଥିବାବେଳେ ଶେଷଟି ହେଉଛି ସେ ନିଜ ପିଲାଦିନରେ ବିତାଇଥିବା ସ୍ଥାନ | ଏହି ଦୁଇଟି ସ୍ଥାନରେ ଜନ୍ମାଷ୍ଟମୀର ଦୃଶ୍ୟ ସ୍ୱର୍ଗୀୟ । ସେଠାକାର ସାଜସଜ୍ଜାର ଆସର ଭକ୍ତିଭାବର ପରିବେଶ ହୃଦୟସ୍ପର୍ଶୀ । ସେଥିପାଇଁ ଅଧିକାଂଶ ଭକ୍ତ ବୃନ୍ଦାବନରେ ଦିନ କାଟନ୍ତି ଏବଂ ସନ୍ଧ୍ୟାରେ ମଥୁରା ଯାଇ ପ୍ରଭୁଙ୍କ ଜନ୍ମକୁ ସ୍ମରଣ କରନ୍ତି । ଆଜିର ଏ ପବିତ୍ର ଦିନର ପରିସମାପ୍ତିରେ, ନନ୍ଦଲାଲାର ଆର୍ବିଭାବକୁ ଅପେକ୍ଷା ।

 

Show More

Related Articles

Back to top button