Breaking PLUS

ଶସ୍ତାରେ ସୁନା

ଶସ୍ତାରେ ମିଳିବ ସୁନା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜ୍ଞା ହଁ,  ସରକାର ଗ୍ରାହକଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଆଣିଦେଇଛନ୍ତି । ଅଗଷ୍ଟ ୩୦ ତାରିଖ ଅର୍ଥାତ୍ ଆଜିଠାରୁ ଆପଣ ଗ୍ରାହକଙ୍କ ପାଇଁ ସୁନା ଶସ୍ତା ହୋଇଛି  । ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ଅଧୀନରେ ଆପଣ ମାନେ ବଜାର ଦର ଠାରୁ କମ୍ ଦାମ୍ ରେ ସୁନା ଗହଣା କିଣିପାରିବେ । ତେବେ ଏହି ଯୋଜନା କେବଳ ୫ ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ । ତେଣୁ ଆପଣ ମାନେ ଯଦି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଡେରି କରନ୍ତୁ ନାହିଁ ।

ଏହାର ବିକ୍ରୟ ଉପରେ ହେଉଥିବା ଲାଭ, ଆୟକର ନିୟମ ଅନୁଯାୟୀ ରିହାତି ସହିତ ଆହୁରି ଅନେକ ଲାଭ ଆପଣ ମାନେ ପାଇପାରିବେ । ସରକାରଙ୍କ ଦ୍ୱାରା ଗୋଲ୍ଡ ବଣ୍ଡ୍ ରେ ବିନିଯୋଗ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ଏହା ହେଉଛି ଷଷ୍ଠ ସିରିଜ୍ । ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ, ମେ ଏବଂ ସେପ୍ଟେମ୍ବର ମଧ୍ୟରେ ସୋଭରେନ୍ ଗୋଲ୍ଡ ବଣ୍ଡ୍ କୁ ୬ଟି କିସ୍ତି ଜାରି କରାଯିବ ।

Show More

Related Articles

Back to top button