Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂ ତରାଇଙ୍କ ଉଦ୍‌ବେଗ

ଭୁବନେଶ୍ୱର, 26 ଏପ୍ରିଲ- ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂ ତରାଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ଏହାର ତଦନ୍ତ ଦାବି କରାଯାଇଛି । ଡିଏଫ୍‌ଓଙ୍କ ସହ ମୁଁ ନିଜେ କଥା ହୋଇଥିଲି, କିପରି ଭଙ୍ଗା ହେଲା ଜାଣିନି । କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ । ଏରସମା ଶିଆଳିକୁ ପର୍ଯ୍ୟଟନ କ୍ଷେତ୍ର କରିବାରେ ଦାମ ବାବୁଙ୍କ ଅବଦାନ ବହୁତ । ଏପରି ଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି ।

ଏଠାରେ ସୂଚନାଯୋଗ୍ୟ, ଉନ୍ମୋଚନ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତିକୁ ବନ ବିଭାଗ ଭାଙ୍ଗି ଦେଇଛି । ଏରସମା ବ୍ଲକ୍ ଶିଆଳି ଠାରେ ସ୍ଥାପନ ହେଉଥିବା ଏହି ପ୍ରତିମୂର୍ତ୍ତିକୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଭଙ୍ଗାଯିବା ଘଟଣା ଏବେ ବିବାଦୀୟ ମୋଡ଼ ନେଇଛି ।
 
ବନ ବିଭାଗ ସୂଚନା ଅନୁଯାୟୀ, ଶିଆଳି ଅଞ୍ଚଳର ଉକ୍ତ ସ୍ଥାନଟି ଜଙ୍ଗଲ ଜମି ଅଟେ। ସେଠାରେ ବିନା ଅନୁମତିରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଥିଲା । ଜଙ୍ଗଲ ଜମିରେ ବିନା ଅନୁମତିରେ କୌଣସି ନିର୍ମାଣ ବେଆଇନ ହୋଇଥିବାରୁ ନିୟମ ଅନୁଯାୟୀ ତାହାକୁ ହଟାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆଜି ସାଂସଦ ବିଭୂ ପ୍ରସାଦ ତରାଇଙ୍କ ଦ୍ୱାରା ଏହାର ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।
Show More

Related Articles

Back to top button