Breaking PLUSଓଡ଼ିଶାମୁଖ୍ୟ ଖବର
ଭୁଲ ଚିକିତ୍ସାରୁ ୧୫ ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ

ବାସୁଦେବପୁର: ଭୁଲ ଚିକିତ୍ସାରୁ ୧୫ ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ୍ରେ ଉତ୍ତେଜନା ସହ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଲୋକେ ।
ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୁଲ ଚିକିତ୍ସାରୁ ମୃତ୍ୟୁ ଅଭିଯୋଗ ହୋଇଛି । ଖେଳୁଥିବା ବେଳେ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା ।ତୁରନ୍ତ ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ମୄତ୍ୟୁ ଘଟିଥିଲା।
ତେବେ ଭୁଲ ଚିକିତ୍ସା କାରଣରୁ ପୁଅର ମୄତ୍ୟୁ ଘଟିଥିବା ଅଭିଯୋଗ କରି ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉପଜିଲ୍ଲାପାଳ ।



