Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ବି ଝାରସୁଗୁଡ଼ାରେ ନିଆଁ ବର୍ଷା; ତାତି ୪୪.୮

ଭୁବନେଶ୍ୱର, 26 ଏପ୍ରିଲ- ଉପକୂଳରେ ପ୍ରବଳ ଗରମ ସହ ଗୁଳୁଗୁଳି, ପଶ୍ଚିମରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ସାରା ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି ।

ଆଜି ବି ଝାରସୁଗୁଡ଼ାରେ ନିଆଁ ବର୍ଷା; ତାତି ୪୪.୮ ଡିଗ୍ରୀ ରେକର୍ଡ ହୋଇଛି । ଲଗାତାର ଭାବେ ଝାରସୁଗୁଡ଼ା ପାରଦ ଉପରମୁହାଁ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଅସମ୍ଭାଳ ତାତି ।

ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ ଯାତ୍ରା । ସକାଳ 8ଟାପରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।

ଏପରି ପରିସ୍ଥିତିରେ ଆସନ୍ତାକାଲି ଏପ୍ରିଲ 27ରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ।

ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଯୋଗୁ ଏବେ ବଜାରରେ ଲସି, ସରବତ ଓ ଥଣ୍ଡା ପାନୀୟ ଚାହିଦା ବଢିଛି । ଏହି ଦୋକାନ ଗୁଡିକରେ ଲୋକଙ୍କର ଭିଡ ଜମୁଛି ।

Show More

Related Articles

Back to top button