ଦୁଇ ପ୍ରେମୀଯୁଗଳଙ୍କୁ ଅଟକାଇ ପାରିଲାନି ଯୁଦ୍ଧ
କୌଣସି ବାଧା ବଦ୍ଧନ ପ୍ରେମକୁ ଅଟକାଇପାରେ ନାହିଁ ।

କୌଣସି ବାଧା ବଦ୍ଧନ ପ୍ରେମକୁ ଅଟକାଇପାରେ ନାହିଁ । ପ୍ରେମରେ କୌଣସି ଭୟ ନଥାଏ । ମିଳନକୁ ଅଟକାଇ ପାରିଲାନି ଯୁଦ୍ଧ । ୟୁକ୍ରେନ୍ର ଯୁଦ୍ଧ, ଅଶାନ୍ତି, ଭୟ, ଆଶଙ୍କା ଭିତରୁ ଉଡିଆସିଲେ ଦୁଇ ପ୍ରେମ ପକ୍ଷୀ । ଭାରତରେ ହେଲା ମିଳନ । ୟୁକ୍ରେନ୍-ଋଷ ଯୁଦ୍ଧ ବେଳେ ଭାରତରେ ଲେଖାହେଲା ଭିନ୍ନ କାହାଣୀ । ଯାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଛି । ଭାରତୀୟ ପୁଅଙ୍କ ସହ ୟୁକ୍ରେନୀୟ ଯୁବତୀଙ୍କ ହାଇଦ୍ରାବାଦରେ ପଡିଲା ହାତଗଣ୍ଠି । ଏବେ ଚର୍ଚ୍ଚା ଚାଲିଛି ଏହି ପ୍ରେମୀ ଯୁଗଳଙ୍କୁ ନେଇ । ଯୁଦ୍ଧ ମୁହଁରୁ ଫେରିଆସି କରିଛନ୍ତି ବିବାହ । ହାଇଦ୍ରାବାଦର ପ୍ରତୀକଙ୍କୁ ଜୀବନସାଥୀ କରିଛନ୍ତି ୟୁକ୍ରେନ୍ ଯୁବତୀ ଲ୍ୟୁବୋ । ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ପ୍ରତୀକ ଆଉ ଲ୍ୟୁବୋ ଏଭଳି ଏକ କଠିନ ପରିସ୍ଥିତିରେ ବିବାହ କରିଛନ୍ତି, ଯେତେବେଳେ କି, କଠିନ ସମୟ ଦେଇ ଗତି କରୁଛି ୟୁକ୍ରେନ୍ । ଭାବିଥିଲେ ଯାକଯମକରେ କରିବେ ବିବାହ। କିନ୍ତୁ ଯୁଦ୍ଧ ସବୁ ବିଗାଡି ଦେଲା । ଋଷ ଆକ୍ରମଣର ଦିନକ ଆଗରୁ, ୟୁକ୍ରେନ୍ରେ ଉଭୟ କରିଥିଲେ ବିବାହ । କିନ୍ତୁ ବିବାହ ଉତ୍ସବ ପାଳନ କରିବା ପୂର୍ବରୁ ଆରମ୍ଭ ହୋଇଗଲା ଯୁଦ୍ଧ । ବୋମା ଆଉ ରକେଟ୍ର ଯୁଦ୍ଧ ଭିତରେ ସେମାନେ ଚାଲିଆସିଲେ ଭାରତ ।
ଏଠାରେ ସେମାନେ ହାଇଦ୍ରାବାଦର ଚିଲକୁର ବାଲାଜୀ ମନ୍ଦିରରେ, କରିଛନ୍ତି ବିବାହ । ଅଳ୍ପ କିଛି ସମ୍ପର୍କୀୟଙ୍କୁ ନେଇ, ଅନୁଷ୍ଠିତ ହୋଇଛି ତାଙ୍କର ବିବାହ । ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ ତ କରିଛନ୍ତି, କିନ୍ତୁ ଅନ୍ୟପଟେ ୟୁକ୍ରେନ୍ରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା ବି କରିଛନ୍ତି । ତାଙ୍କର ଏମିତି ଏକ ସମୟରେ ପ୍ରତୀକ ଆଉ ଲ୍ୟୁବୋଙ୍କ ବିବାହ ହୋଇଛି ଯେଉଁଥିରେ, ସାକ୍ଷୀ ରହିବ ମହାଯୁଦ୍ଧ । ପ୍ରେମ ଓ ମିଳନର ସାକ୍ଷୀ । କିନ୍ତୁ ସେ ଦୁହେଁ ଯୁକ୍ରେନର ଶାନ୍ତି ପାଇଁ କରିଛନ୍ତି ।