ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲ କଲେଜରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ସୂଚନାମିଳିଛି। ୱାର୍ଡରୁ ଧୂଆଁ ବାହାରିବାରୁ କିଛି ରୋଗୀ ବାହାରକୁ ଚାଲି ଆସିଥିଲେ। ଏହାପରେ ୨ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ କଲେଜ ଅଧୀକ୍ଷକ ସୂଚନା ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପ୍ରାଥମିକ ତଦନ୍ତରୁ ଆଗ୍ନିକାଣ୍ଡର କାରଣ ସର୍ଟସର୍କିଟ ଯୋଗୁଁ ହୋଇଥିବା ଆନୁମାନ କରାଯାଉଛି।
Related Articles
Check Also
Close