Breaking PLUSଦେଶ ବିଦେଶମୁଖ୍ୟ ଖବର

ଟ୍ରମ୍ପଙ୍କ ବାସଭବନ ପାଖରେ ଫୁଟିଲା ଗୁଳି, ମଧ୍ୟରାତ୍ରିରେ ଫାୟାରିଂ

ୱାଶିଂଟନ- ଟ୍ରମ୍ପଙ୍କ ବାସଭବନ ପାଖରେ ଫୁଟିଲା ଗୁଳି । ରବିବାର ସକାଳେ ହ୍ୱାଇଟ୍ ହାଉସ୍ ସମ୍ମୁଖ ପାର୍କ ନିକଟରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣା ପରେ ଆମେରିକୀୟ ଗୁଇନ୍ଦା ସେବାକୁ ଅଧିକ ସତର୍କତା ଜାରି କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥିବା ସମୟରେ ଏପରି କାଣ୍ଡ ଘଟିଥିବା ସୂଚନା ରହିଛି।

ଆମେରିକୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ହ୍ୱାଇଟ୍ ହାଉସ୍ ର ଉତ୍ତରରେ ଥିବା ଲାଫାଏଟ୍ ପାର୍କ ନିକଟରେ ଗୁଳିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ରିପୋର୍ଟ ହୋଇନାହିଁ। ଗୁଳିକାଣ୍ଡ କରିଥିବା ବ୍ୟକ୍ତିଙ୍କର ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ।

ମେଟ୍ରୋପଲିଟାନ୍ ପୁଲିସ ଏବଂ ୟୁ.ଏସ୍. ପାର୍କ ପୁଲିସ ସହିତ ସମନ୍ୱୟ ରଖି ଗୁପ୍ତ ସେବା ଆରମ୍ଭ କରିଛି। ହ୍ୱାଇଟ୍ ହାଉସ୍‌ରେ କାର୍ଯ୍ୟ ସ୍ୱାଭାବିକ ରହିଥିବା ବେଳେ, ଏକ ହାଇ ଲେଭଲ ସୁରକ୍ଷାରେ ହ୍ୱାଇଟ୍ ହାଉସ୍‌ ଅଛି।

Show More

Related Articles

Back to top button