ସିଦ୍ଧାର୍ଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ କାହିଁକି ପୋଷ୍ଟ ସେୟାର କଲେ ନାହିଁ ଶେହନାଜ୍ ?
ସାମ୍ନାକୁ ଆସିଲା ଏହାର କାରଣ

ସେପ୍ଟେମ୍ବର ୨ରେ ଥିଲା ସିଦ୍ଧାର୍ଥ ଶୁକ୍ଲାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ଅଭିନେତାଙ୍କୁ ମନେ ପକାଇଥିଲେ। କେବଳ ଏତିକି ନୁହେଁ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟ ମଧ୍ୟ ସିଦ୍ଧାର୍ଥଙ୍କ ପାଇଁ ପ୍ରାର୍ଥନା କରିଥିଲେ। ସେମାନଙ୍କ ଫଟୋ ମଧ୍ୟ ସୋସୋଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ସମୟରେ ନଜର ଆସିନଥିଲେ ଶେହନାଜ୍ ଗିଲ । ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା କାହିଁକି ଶେହନାଜ ନଜର ଆସି ନଥିଲେ କି ଅଭିନେତାଙ୍କ ବିଷୟରେ ପୋଷ୍ଟ କରିନାହାଁନ୍ତି। ପ୍ରଶଂସକମାନେ ଏଥିରେ ବହୁତ ରାଗିକି ଟ୍ରୋଲିଂ କରିଛନ୍ତି। ତେବେ ବର୍ତ୍ତମାନ ଶେହନାଜ ପୋଷ୍ଟ ନକରିବାର କାରଣ ମଧ୍ୟ ସାମ୍ନାକୁ ଆସିଛି।
ବଲିଉଡ ଲାଇଫ ରିପୋର୍ଟ ଅନୁଯାୟୀ, ଶେହନାଜ ଗିଲ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଷୟରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରି ନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସେ ପୋଷ୍ଟ କରିଥିବା ପ୍ରଥମ ଏବଂ ଶେଷ ଗୀତ ଥିଲା ତୁ ୟେହି ହୈ ଯାହା ମାଧ୍ୟମରେ ଶେହନାଜ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେହନାଜ ସିଦ୍ଧାର୍ଥଙ୍କ ସହ ଅତି ନିକଟତର ଥିଲେ । ସେ ଜାଣନ୍ତି ସିଦ୍ଧାର୍ଥ ନିଜେ କେତେ ବ୍ୟକ୍ତିଗତ ଥିଲେ ଏବଂ ସର୍ବସାଧାରଣରେ ତାଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଚାହାଁନ୍ତି ନାହିଁ । ଶେହନାଜ୍-ସିଦ୍ଧାର୍ଥଙ୍କର ଅନେକ ସ୍ମୃତି ଅଛି ଏବଂ ଏହାକୁ ସେ ସବୁବେଳେ ତାଙ୍କ ସହିତ ରଖିବେ, ଏହା ମଧ୍ୟ କୁହାଯାଉଛି ଯେ ଶେହନାଜ ସେଦିନ ସ୍ୱାଭାବିକ ହେବାକୁ ଚାହୁଁଥିଲେ ଏବଂ ସେଦିନ ଦୁର୍ବଳ ହେବାକୁ ଚାହୁଁନଥିଲେ। ଏହି କାରଣରୁ ସେ ଗଣମାଧ୍ୟମଠାରୁ ଦୂରରେ ରହିଥିଲେ। ବର୍ତ୍ତମାନ ଶେହନାଜ ଗିଲ ବହୁତ ଶକ୍ତିଶାଳୀ, ତେଣୁ ସେ ସବୁକିଛି ପାଇଁ ପ୍ରସ୍ତୁତ ଅଛନ୍ତି। ସେ କେବଳ ନିଜର ବୃତ୍ତିଗତ ଜୀବନ ବିଷୟରେ ଚିନ୍ତା କରିବାକୁ ଚାହାଁନ୍ତି ଏବଂ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବେ। ତେଣୁ ସେ ସିଦ୍ଧାର୍ଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ କିଛି ପୋଷ୍ଟ କରିନଥିଲେ ।