Breaking PLUSମୁଖ୍ୟ ଖବର

ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍‌ଘାଟିତ

ରାମେଶ୍ଵରମ: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍‌ଘାଟିତ ହୋଇଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ରାମେଶ୍ଵରମରେ ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ସେତୁକୁ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସେ ରାଜ୍ୟରେ ଆହୁରି ଅନେକ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଭାରତୀୟ ରେଳବାଇ ଏହି ନୂତନ ରେଳ ବ୍ରିଜର ଏକ ସୁନ୍ଦର ଭିଡିଓ ଜାରି କରିଥିଲା।

Show More

Related Articles

Back to top button