ଦେଶପାଣିପାଗ

ଆସାମରେ ବନ୍ୟା ସ୍ଥିତି ସାଂଘାତିକ,ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ନୂଆଦିଲ୍ଲୀ:ଆସାମରେ ବନ୍ୟା ସ୍ଥିତି ସାଂଘାତିକ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୃତ୍ୟୁସଂଖ୍ୟା ୮୦ ଟପିଲାଣି । ସୋମବାର ଦିନ ଆସାମରେ ବନ୍ୟାଜନିତ କାରଣ ପାଇଁ ଅଧିକ ୧୧ ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୮୧କୁ ଟପିଯାଇଛି । ୩୨ ଜିଲ୍ଲାରେ ୪୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏନ୍‌ଡିଆରଏଫ୍‌ ସମେତ ଜାତୀୟ ଏବଂ ରାଜ୍ୟ ସଂସ୍ଥା ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅହରହ କାମ କରୁଛନ୍ତି।

ଗତକାଲି ୮ ଜିଲ୍ଲାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜିଲ୍ଲାର ୭ ଜଣ ନିଖୋଜ ଅଛନ୍ତି । ବର୍ଷା ପାଇଁ ମହିଳା ଏବଂ ଶିଶୁଙ୍କ ସମେତ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନ ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ୮୧୦ ରିଲିଫ୍‌ ଶିବିର ଏବଂ ୬୧୫ ରିଲିଫ୍‌ ବଣ୍ଟନ କେନ୍ଦ୍ର ଖୋଲା ଯାଇଛି।

Show More

Related Articles

Back to top button