Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଏସ ଜୟଶଙ୍କର

ନୂଆଦିଲ୍ଲୀ- ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଏସ ଜୟଶଙ୍କର । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଜାନୁଆରୀ ୨୦ରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୱାଶିଂଟନ ଗସ୍ତ ସମୟରେ ଜୟଶଙ୍କର ଆମେରିକାର ଆଗାମୀ ଟ୍ରମ୍ପ ସରକାରଙ୍କ ପ୍ରତିନିଧିମାନଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଟ୍ରମ୍ପ-ଭାନ୍ସ ଶପଥ ଗ୍ରହଣ ସମିତିର ନିମନ୍ତ୍ରଣକ୍ରମେ ଏସ୍. ଜୟଶଙ୍କର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଜେ. ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।