
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠମାସରେ ସୂର୍ଯ୍ୟ ଯେତେବେଳେ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି ସେତେବେଳେ ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଏଣୁ ଏହି ସମୟକୁ ଦେଶରେ ନୌତପା କୁହାଯାଏ। ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ୧୪ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି। ତେବେ ପ୍ରଥମ ୯ ଦିନ ପ୍ରଚଣ୍ଡ ରୌଦ୍ର ଯୋଗୁ ଅସହ୍ୟ ଗରମ ଅନୁଭୂତ ହେବ। ଦେଶରେ ନୌତପା ଯୋଗୁ ୨୫ ମେରୁ ଜୁନ ୨ ତାରିଖ ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେବ। ପଞ୍ଜିକା ଅନୁସାରେ ସୂର୍ଯ୍ୟ ୨୫ ମେ ପୂର୍ବାହ୍ନ ୮ଟା ୧୬ ମିନିଟରେ ରୋହିଣୀ ନକ୍ଷତ୍ରକୁ ପ୍ରବେଶ କରିବେ। ସେହିପରି ରୋହିଣୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ୮ ଜୁନ ପୂର୍ବାହ୍ନ ୬ଟା ୪୦ ମନିଟ୍ ପର୍ଯ୍ୟନ୍ତ ହେବ। ଧର୍ମଶାସ୍ତ୍ର ଅନୁସାରେ ନୌତପା କାଳରେ ସୂର୍ଯ୍ୟଙ୍କ ସିଧା କିରଣ ପୃଥିବୀ ଉପରେ ପଡିଥାଏ। ଏଣୁ ପୃଥିବୀର ତାପମାତ୍ରା ବୃଦ୍ଧି ହୋଇଥାଏ। ଏପରି ପାଗରେ କାଳ ବୈଶାଖୀର ଅନେକ ସମ୍ଭାବନା ମଧ୍ୟ ରହେ। ଏଣୁ ଏହି ସମୟରେ ଦିନବେଳା ଘରୁ ପଦାକୁ ବାହାରିବା ଉପରେ ରୋକ ରହିଥାଏ।
ଏଣୁ ଲୋକଙ୍କୁ ସେମାନଙ୍କ ସବୁ କାମ ସକାଳେ ଓ ଅପରାହ୍ନରେ କରିବାକୁ ପରାମର୍ଶ ଦିଆଯାଏ। ନୌତପା ଜ୍ୟେଷ୍ଠମାସରେ ହୋଇଥାଏ। ଏଣୁ ଲୋକେ ଅଧିକରୁ ଅଧିକ ଜଳର ଉପଯୋଗ କରିବା ଜରୁରୀ। ନୌତପା ଗ୍ରହ ଓ ନକ୍ଷେତ୍ରଙ୍କ ସ୍ଥିତି ମଧ୍ୟ ଅଶୁଭ ଥାଏ। ଏଣୁ ଲୋକଙ୍କୁ ମଧ୍ୟାହ୍ନରେ ଘରୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଥଏ। ଏଥିରେ ଯଦି କାହାରିକୁ ବାହାରକୁ ବାହାରିବାକୁ ପଡେ ତେବେ ସୂତା ପୋଷାକରେ ଛତା, ପାଣି ବୋତଲ ଆଦି ସାଙ୍ଗରେ ଧରି ବାହାରିବାକୁ ପରାମର୍ଶ ଦିଆଯାଏ।