
ଲଗାଣ ବର୍ଷାରେ ବେହାଲ କର୍ଣ୍ଣାଟକର ବେଙ୍ଗାଲୁରୁ । କିଛିଦିନ ହେବ ଦକ୍ଷିଣ ଭାରତରେ ମୌସୁମି ଜନିତ ବର୍ଷା ଲାଗି ରହିଛି । ଏଥିପାଇଁ ସରକାର ରାଜ୍ୟର ସ୍କୁଲ୍, କଲେଜ୍ ବନ୍ଦ ଦିନେ ଛୁଟି କରିବା ପାଇଁ ଘୋଷଣା କରିଛନ୍ତି । ମଙ୍ଗଳବାରଠୁ ରାସ୍ତାରେ ପାଣି ଲହଡୀ ମାରୁଛି , ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ଯାତାୟାତ ବଧାପ୍ରାପ୍ତ ହୋଇଛି। ଏସବୁକୁ ଦୃଷ୍ଟି ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି ।
ପ୍ରବଳ ବର୍ଷା ଯୋଗୁ ବେଙ୍ଗାଲୁରୁ ଡିଷ୍ଟ୍ରିକ୍ଟକ୍ କମିଶନର କେ ଶ୍ରୀନିବାସ ଛୁଟି ଘୋଷଣା କରିବା ସହ ଏଏନ୍ଆଇକୁ ସୂଚନା ଦେଇ କହିଛନ୍ତି ‘ ସମୋବାର ଠାରୁ ପ୍ରବଳ ବର୍ଷା ହୋଇଥିବାରୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ପାଣି ଜମି ରାସ୍ତା ଜାମ ହୋଇଛି। ଗଛପତ୍ର ବି ଉପୁଡ଼ି ପଡ଼ିଛି। ପ୍ରବଳ ବର୍ଷା ପାଇଁ ବେଙ୍ଗାଲୁରୁରେ ସ୍କୁଲ କଲେଜ୍ ଛୁଟି କରାଯାଇଛି।’
ପ୍ରବଳ ବର୍ଷା ପାଇଁ ବେଙ୍ଗାଲୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତା ସହ ବେଲଗାଭୀ ଓ ଅନ୍ୟାନ୍ୟା ଜିଲ୍ଲାକୁ ବି ୱାର୍ଣ୍ଣିଂ ଜାରି କରି ସତର୍କ କରାଯାଇଛି। ଏହି ଘଟଣାରେ ବେଙ୍ଗାଲୁରୁ-ମୟୁଶୁର ରାସ୍ତା ବି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବର୍ଷା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ରେଭିନ୍ୟୁ ବିଭାଗ ସହ ଆଲୋଚନା କରି ଶଷ୍ୟ କ୍ଷତିଭରଣା ପାଇଁ ଆଲୋଚନା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି



