
ଯାତ୍ରୀଙ୍କ ଗମନା ଗମନକୁ ଆହୁରି ସୁଗମ କରିବା ପାଇଁ କଟକରୁ ଚାରୋଟି ନୂଆ ରୁଟରେ ଗଡିବ ଆଉ ୩୦ଟି ମୋ ବସ। ଜୁନ ୮ ତାରିଖରୁ ଏହି ବସ୍ ଗଡିବ। ଏ ନେଇ କ୍ରୁଟ୍ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି।
ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ବାରବାଟୀ ଷ୍ଟାଡିୟମରୁ ସାଲେପୁର, ଭୁବନେଶ୍ଵର ଷ୍ଟେସନରୁ ଏସସିବି ମେଡିକାଲ ଏବଂ ଧବଳେଶ୍ଵରରୁ କନ୍ଦରପୁରକୁ ମୋ ବସ୍ ଗଡିବ। ଏହି ରୁଟର ଯାତ୍ରୀ ବେଶ ଉପକୃତ ହେବେ।